ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ

ନୂଆଦିଲ୍ଲୀ, ୩୧/୭: ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟ । ସେ ସୋସିଆଲ ମିଡିଆ ଫେସ୍‌ବୁକ୍‌ ଜରିଆରେ ଘୋଷଣା କରିଛନ୍ତି । କୌଣସି ରାଜନୈତିକ ଦଳରେ ଯୋଗ ଦେଉ ନଥିବା ମଧ୍ୟ କହିଛନ୍ତି। ସମାଜ ସେବା କରିବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି।