ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର, ୩୦/୭: ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ରେଜଲ୍ଟ । ଛାତ୍ରଛାତ୍ରୀଙ୍କ ପାଇଁ http://cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲ୍ଲବ୍ଧ ହେବ । ୯୯.୩୭ ପ୍ରତିଶତ ପିଲା ପାସ କରିଥିବା ସୂଚନା ମିଳିଛି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୯୯.୧୩ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ ହାର ୯୯.୬୭ପ୍ରତିଶତ ରହିଛି । ସେହିପରି ୭୦,୦୦୪ ପିଲା ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହାମାରୀ କରୋନା ପାଇଁ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ଦିଆଯାଇଛି ।