ଦେଶରେ ୨୪ ଘଣ୍ଟା ଭିତରେ ୪୪,୨୩୦ ଜଣ କରୋନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୩୦/୭: ଦେଶରେ ଗତ ୨୪ ଘଣ୍ଟା ଭିତରେ ୪୪,୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୫୭୨,୩୪୪କୁ ବୃଦ୍ଧି ପାଇଛି । ସେହିପରି ଆଜି ୫୫୫ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୩,୨୧୭ରେ ପହଁଚିଛି । ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩,୦୭,୪୩,୯୭୨ ଜଣ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ଆକ୍ଟିଭ କେସ୍ ୪,୦୫,୧୫୫ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।