ଓଡ଼ିଆ ଆଇପିଏସ ସତ୍ୟନାରାୟଣ ପ୍ରଧାନଙ୍କୁ ଏନସିବିର ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ, ୨୯/୭: ଓଡ଼ିଆ ଆଇପିଏସ ସତ୍ୟନାରାୟଣ ପ୍ରଧାନଙ୍କୁ ଏନସିବିର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ରାକେଶ ଆସ୍ଥାନାଙ୍କଠୁ ଦାୟିତ୍ବ ନେଇଛନ୍ତି ସତ୍ୟନାରାୟଣ । ବର୍ତ୍ତମାନ NDRFର ମହାନିର୍ଦେଶକ ଅଛନ୍ତି ଓଡ଼ିଆ IPS ସତ୍ୟନାରାୟଣ ।ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋର  ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି ।ସେ ୧୯୮୮ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର୍‌ର ଓଡ଼ିଆ ଆଇପିଏସ୍‌ ।