ମେଡିକାଲ ପାଠ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ

ନୂଆଦିଲ୍ଲୀ, ୨୯/୭: ମେଡିକାଲ ପାଠ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଘୋଷଣା ଘୋଷଣା କରାଯାଇଛି। ଆର୍ଥିକ ସ୍ତରରେ ଦୁର୍ବଳ ପିଲାଙ୍କ ପାଇଁ ୧୦% ସଂରକ୍ଷଣ ଦିଆଯିବ। ଓବିିସି ପିଲାଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ ନେଇ ଘୋଷଣା ହୋଇଛି। ସେହିପରି ୟୁଜି ଓ ପିଜି ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉପଲବ୍ଧ ହେବ। ଏହା ଦ୍ୱାରା  ୫୫୫୦ ଛାତ୍ରଛାତ୍ରୀ ଉପକୃତ ହେବେ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହି ଯୋଜନା ଘୋଷଣା କରିଛନ୍ତି ସରକାର।