କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଭୁବନେଶ୍ୱର, ୨୮/୭: ଆଜି କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଯାଇଛନ୍ତି। ସେଠାରେ ସେମାନେ ପହଞ୍ଚି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଓ କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି । ବାଳିକା ଉଚ୍ଚବିଦ୍ୟାଳୟର ସ୍ମାର୍ଟ କ୍ସାସରୁମର ନିର୍ମାଣ କାର୍ଯ୍ୟ ମଧ୍ୟ ବୁଲି ଦେଖିଛନ୍ତି।  ଗଭୀର ନଳକୂପ ଯୋଜନାର ସମୀକ୍ଷା କରିଛନ୍ତି।