ରାଜ୍ୟରେ କିଛିଦିନ ଆଉ କଟକଣା ରହିବା ନେଇ ବ୍ୟକ୍ତିଗତ ମତ ଦେଲେ ଡିଏମଇଟି

ଭୁବନେଶ୍ୱର, ୨୮/୭: ରାଜ୍ୟରେ କୋଭିଡ ସଂକ୍ରମଣ ନେଇ DMET ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ୧୦ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡିଟ ସରିବ । ଏବେ କରୋନା ମୃତ୍ୟୁର ଅଡିଟ ପରେ ତଥ୍ୟ ପ୍ରଦାନ କରାଯାଉଛି । ସବୁ ଦିଗକୁ ଅନୁଧ୍ୟାନ କରି ଅଡିଟ ରିପୋର୍ଟ ଦିିିଆଯାଉଛି ବୋଲି ସେ କହିଛନ୍ତି। ତାଙ୍କର ବ୍ୟକ୍ତିଗତ ମତ ଦେଇ ସେ କହିଛନ୍ତି ଯେ କିଛିଦିନ ଆଉ କଟକଣା ରହିବା ଉଚିତ। ଲୋକମାନେ ଠିକ୍‌ଭାବେ କୋଭିଡ ନିୟମ ଅନୁପାଳନ କରୁନାହାନ୍ତି । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫% ଉପରେ ରହିଛି । ସଂକ୍ରମଣ ଦେଖି ଅନ୍‌ଲକ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି କହିଛନ୍ତି।