ବାଲେଶ୍ବର ଓ ତିର୍ତ୍ତୋଲରେ ସକାଳ ୯ଟା ସୁଦ୍ଧା ୧୨.୧୧% ଓ ୭.୫୮% ମତଦାନ

ବାଲେଶ୍ବର/ତିର୍ତ୍ତୋଲ, ୩/୧୧(ଦି ପ୍ରଗତି ନ୍ୟୁଜ୍):  ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । ବାଲେଶ୍ବରରେ ସକାଳ ୯ଟା ସୁଦ୍ଧା ୧୨.୧୧% ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ସକାଳ ୯ଟା ସୁଦ୍ଧା ୭.୫୮% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି।

ବାଲେଶ୍ବର ଓ ତିର୍ତ୍ତୋଲର ୨ଟି ଆସନରେ ୧୫ ପ୍ରାର୍ଥୀଙ୍କ ଭାଗ୍ୟ  ୪ ଲକ୍ଷ ୬୭ ହଜାର ୫୭୯ ଭୋଟର ନିର୍ଦ୍ଧାରଣ କରିବେ।
ବାଲେଶ୍ବରରେ ୬ ଓ ତିର୍ତ୍ତୋଲରେ ୯ ଜଣ ପ୍ରାର୍ଥୀ ବିଧାନସଭା ଆସନ ପାଇଁ ଠିଆ ହୋଇଛନ୍ତି।