ରାଜ୍ୟରେ ଆଜି ୬୦ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୭/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୬୦ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ  କରୋନାଜନିତ  ମୋଟ ମୃତ୍ୟୁ ସଂଖ୍ୟା ୫୫୭୨କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୧୪, ଖୋର୍ଦ୍ଧାରୁ ୮, କଟକ ଓ ଅନୁଗୁଳରୁ ୬ ଲେଖାଏଁ , କେନ୍ଦୁଝର ୫, ପୁରୀ ୫, ବୌଦ୍ଧ ୪, ସମ୍ବଲପୁରରୁ ୪ କୋରୋନା ରୋଗୀଙ୍କ ମୃତ୍ୟୁ । ଭଦ୍ରକ ୨, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିିିଛି।