ରାଜ୍ୟରେ ଆଜି ୧୫୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨/୧୧(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୧୫୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୭୯୦୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୨୭, ସୁନ୍ଦରଗଡ଼ରୁ ୧୨୭, ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭, ନୂଆପଡ଼ାରୁ ୧୦୪, ଜଗତସିଂହପୁର ରୁ ୮୯, ଅନୁଗୁଳରୁ ୭୦, ଯାଜପୁରରୁ ୬୦, ବରଗଡ଼ ରୁ ୫୬, ପୁରୀରୁ ୪୬ ଜଣ ସୁସ୍ଥ ହୋଇଛନ୍ତି ।