ସରିଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ

ଭୁବନେଶ୍ୱର, ୨୫/୭: ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ଶେଷ ହୋଇଛି। ବାଲେଶ୍ୱର ମେଡିକାଲରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି। ମାଜିଷ୍ଟ୍ରେଟ୍ ଓ ପୋଲିସଙ୍କ ଉପସ୍ଥିତିରେ ୨ଟି କ୍ୟାମେରାରେ ସମସ୍ତ ଘଟଣାର ରେକର୍ଡ କରାଯାଉଛି। ଏହାସହ ହାଇଦର ପକେଟରୁ ଗୋଟିଏ ଡାଏରୀ ଜବତ କରିିିଛି ପୋଲିସ। ମୃତଦେହ ନେବା ପାଇଁ ହାଇଦରର ପତ୍ନୀ ଓ ବୋହୂ ଉପସ୍ଥିତ ଅଛନ୍ତି।