ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ 5T ସଚିବ

ଭୁବନେଶ୍ୱର, ୨୫/୪: ରାଜଧାନୀ ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି ୫ଟି ସଚିବ  ଭି. କାର୍ତ୍ତିକେୟନ ପାଣ୍ଡିଆନ।ସେ  ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମର ସମୀକ୍ଷା କରିଛନ୍ତି। ୨୦୨୨ ଜୁନ୍‌ ସୁଦ୍ଧା  ବସ୍‌ ଟର୍ମିନାଲ କାମ ସାରିବାକୁ ଲକ୍ଷ ଥିବା ବେଳେ ସେଥିରେ ୧୮୦ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ସୂଚନା ରହିଛିି।

ଖଣ୍ଡଗିରି ବସ୍‌ ଡିପୋ କାମ ବି ଦେଖିଛନ୍ତି। ୩୦୦ ବସ୍‌ ରହିବା ପାଇଁ ଖଣ୍ଡଗିରିରେ ହେଉଛି ବସ୍‌ ଡିପୋ। ସେଠାରେ ଉନ୍ନତ ମାନର କାମ ସହ ନିର୍ଦ୍ଧାରିତ ସମୟରେ କାମ ସାରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୨ ଫେବ୍ରୁଆରି ସୁଦ୍ଧା ଜାଭିୟର-ଇନ୍‌ଫୋସିଟି ଛକ ରାସ୍ତା କାମ ସରିବ ଓ ୫.୧୭ କିମି ଏହି ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯାଉଛି ।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ ବେଳେ ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା, ବିଏମସି କମିସନର ଓ ଇଡ୍‌କୋ ED ଭୂପିନ୍ଦର ପୁନିଆ ଉପସ୍ଥିତ ଥିଲେ ।