ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ଭାବେ ନିଯୁକ୍ତ

ଭୁବନେଶ୍ୱର, ୨୪/୭: ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ଓ ଛତିଶଗଡ଼ର ଆବାସିକ ନିର୍ଦେଶକ ଭାବେ ସେ କାମ କରିବେ । ସେ ପୂର୍ବରୁ ନାଲ୍‌କୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଥିଲେ। ଓଡ଼ିଶାରେ ବେଦାନ୍ତର ୩ଟି କୋଇଲା ଖଣି କାର୍ଯ୍ୟ ହାତକୁ ନେବେ ତପନ । ଝାରସୁଗୁଡ଼ା ଓ ଛତିଶଗଡ଼ରେ ଆଲୁମିନିଅମ ପାର୍କ କାମ ବି ହାତକୁ ନେବେ ବୋଲି ସୂଚନା ରହିଛି।