ଟୋକିଓ ଅଲିମ୍ପିିକ୍ସରେ ରୌପ୍ୟ ପଦକ ଜିତିଲେ ମୀରାବାଈ

ନୂଆଦିଲ୍ଲୀ, ୨୪/୭: ଟୋକିଓ ଅଲିମ୍ପିିକ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ରୌପ୍ୟ ପଦକ ଜିତିଛନ୍ତି ମୀରାବାଈ ଚାନୁ । ୪୯ କେଜି ଭାରୋତ୍ତୋଳନ ବର୍ଗରେ ଜିତିଛନ୍ତି ପଦକ । ୨୧ ବର୍ଷ ପରେ ଭାରତକୁ ଭାରୋତ୍ତୋଳନରେ ମିଳିଛି ଏହି ପଦକ । ଏନେଇ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁବେଛା ଜଣାଇଛନ୍ତି।