ଫାଇନାଲକୁ ଗଲେ ଭାରତୀୟ ଶୁଟର

ନୂଆଦିଲ୍ଲୀ, ୨୪/୭: ଆଜି ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ୧୦ ମିଟର ପୁରୁଷ ଏୟାର ପିସ୍ତଲ ପ୍ରତିଯୋଗିତାରେ ଫାଇନାଲ୍କୁ ଯାଇଛନ୍ତି ଭାରତୀୟ ଶୁଟର ସୌରଭ ଚୌଧୁରୀ । ଏହାସହ ସେ ପଦକ ହାସଲର ଆଶା ଦେଇଛନ୍ତି । ସେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ସେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ଭଳି ସ୍କୋର କରି ଫାଇନାଲ୍‌କୁ ଯାଇଛନ୍ତି । କିନ୍ତୁ ଯୋଗ୍ୟତା ପର୍ଯ୍ୟାୟରେ ବାଦ୍‌ ପଡ଼ିଛନ୍ତି ଅଭିଷେକ ବର୍ମା । ସେହିପରି ଅନ୍ୟପଟେ ମିକ୍ସଡ ଡବଲ୍ସ ଟେବୁଲ ଟେନିସରେ ଭାରତ ହାରିଛି । ଚାଇନିଜ୍‌ ତାଇପେଇ ଯୋଡ଼ିଙ୍କଠାରୁ ହାରିଛନ୍ତି ଶରତ କମଲ ଓ ମୋନିକା ବାତ୍ରା ।