ରାଜ୍ୟରେ ଆଜି ୬୮ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୪/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୬୮ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ  କରୋନାଜନିତ  ମୋଟ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୦ ଜଣ, ପୁରୀରେ ୧୧, ଅନୁଗୁଳରେ ୮, ମୟୂରଭଞ୍ଜରେ ୭, କେନ୍ଦୁଝରରେ ୬, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ,
ମାଲକାନଗିରି, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିିିଛି।