କିପରି କଟିବ ଆଜି ଆପଣଙ୍କ ଦିନ: ୨୪/୦୭/୨୦୨୧

ମେଷ: ଆଜି ଆପଣ କୌଣସି କଥାକୁ ନେଇ ଅଶା-ନ୍ତିରେ ରହି ପାରନ୍ତି। ଆପଣ ନିଜର ମନ ପସନ୍ଦର କାର୍ଯ୍ୟ କରିବେ। ମାନସିକ ରୂପରେ ପ୍ରସନ୍ନ ରହିବେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ଆପଣଙ୍କୁ ଆର୍ଥିକ ଲାଭ ମିଳିବ। କାର୍ଯ୍ୟ ଠିକଠାକ ଚାଲିବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ବୃଷ:ଆପଣ ସମ୍ଭାଳି ରୁହନ୍ତୁ ଏବଂ ନିଜ ବାଣୀ ଉପରେ ନିୟ-ନ୍ତ୍ରଣ ରଖନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ଆପଣଙ୍କ ଚିନ୍ତାର କାରଣ ହୋଇପାରେ। ଆଜି କୌଣସି ବନ୍ଧୁଙ୍କ ସହିତ ବିବାଦ ହୋଇପାରେ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ସୁ-ଖଦ ରହିବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ, ସଞ୍ଚୟ କରନ୍ତୁ। ଆପଣ ସକାରାତ୍ମକ ଏବଂ ଆତ୍ମବିଶ୍ବାସରେ ଭରି ରହିବେ। ଆପଣଙ୍କ ଦାୟିତ୍ୱ ପୂରଣ ହେବ। ଆପଣଙ୍କୁ ମାନସିକ ସନ୍ତୋଷ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ଆଗାମୀ କାର୍ଯ୍ୟ ପାଇଁ ଯୋଜନା କରି ପାରନ୍ତି।

କର୍କଟ:ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ଶ-ତ୍ରୁଙ୍କ ଯୋଗୁଁ କ୍ଷ-ତି ହୋଇପାରେ। ଆପଣଙ୍କ ପାଇଁ ଦିନଟି ସାମାନ୍ୟ ଅତିବାହିତ ହେବ। ଜରୁରୀ ନିଷ୍ପତ୍ତି ନେବା ସମୟରେ ଅସ୍ଥିର ହୁଅନ୍ତୁ ନାହିଁ। ଜୀବନରେ କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆପଣଙ୍କ ଯୋଗ୍ୟତା ଏବଂ କୁଶଳତା କାର୍ଯ୍ୟକାରୀ ହେବ।

ସିଂହ: ଆଜିର ଦିନରେ ଆପଣ ଅଧିକ ବ୍ୟସ୍ତ ରହିବେ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଯୋଗ, ପ୍ରାଣାୟାମ କରନ୍ତୁ। ଆଜି ଆପଣ ମାନସିକ ରୂପରେ ଚିନ୍ତିତ ରହିବେ। ଆପଣ ଏକାସହିତ ଅନେକ କଥା ଚିନ୍ତା କରି ପାରନ୍ତି। ଏହାଦ୍ବାରା ଆପଣଙ୍କୁ କ୍ଷତି ହୋଇପାରେ।

କନ୍ୟା: କିଛି ସମସ୍ୟା କାରଣରୁ ଆପଣ କ୍ରୋ-ଧୀ ହୋଇ ପାରନ୍ତି। ନିଜର ସମସ୍ୟାକୁ ଦୂର କରିବା ପାଇଁ କୌଣସି ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ। ଜୀବନସାଥୀଙ୍କ ସମସ୍ୟାକୁ ଧ୍ୟାନ ଦିଅନ୍ତୁ ଏବଂ ସମ୍ବନ୍ଧ ମଧୁର ରହିବ। ଏହି ଆପଣ ନିଜ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି।

ତୁଳା:ଆଜିର ଦିନଟି ଆପଣଙ୍କ ପାଇଁ ସୁଖଦ ରହିବ। ଆପଣ ନିଜର ଅଧିକାଂଶ ଦାୟିତ୍ୱ ପୂରଣ କରିବେ। ବ୍ୟବସାୟରେ ଲାଭ ମିଳିବ। ଭଗବାନଙ୍କ ଆରାଧନା କରନ୍ତୁ। ବିବାହିତ ଲୋକେ ଭ୍ରମଣରେ ଯାଇ ପାରନ୍ତି। ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

ବିଛା: ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। କାର୍ଯ୍ୟରେ ହାନୀ ହୋଇପାରେ। ଚିନ୍ତାଗ୍ରସ୍ତ ରହି ପାରନ୍ତି। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିବ। ଆପଣଙ୍କ କାର୍ଯ୍ୟ ଆଗକୁ ବଢିବ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। କାରବାରରେ ସଫଳତା ମିଳିବ।

ଧନୁ:ଆଜି ଆପଣଙ୍କର କାରବାର ସମ୍ବନ୍ଧିତ ସମସ୍ୟା ଦୂର ହେବ। ଆପଣ ବହୁତ ଖୁସି ରହିବେ। ଭଗବାନଙ୍କ ଆରା-ଧନା କରିବେ। ଆପଣ ଆଜି ଅଧିକ ଉତ୍ସାହିତ ରହିବେ। ଛାତ୍ର ମାନଙ୍କୁ ସଫଳତା ମିଳିବ। ଧନଲାଭ ହେବାର ସମ୍ଭାବନା ରହିଛି।

ମକର:ଆଜି ଆପଣ ସାମାଜିକ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି। ଆପଣଙ୍କ ବ୍ୟବସାୟ ଉତ୍ତମ ଚାଲିବ। ଅଜଣା ଲୋକଙ୍କ ସହିତ ଦେବାନେବା କରିବାରେ ସାବଧାନ ରୁହନ୍ତୁ। ବୃଦ୍ଧ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କୁମ୍ଭ:ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ। ଅପରିଚିତ ଲୋକଙ୍କ ସହିତ ଦେବାନେବା କରନ୍ତୁ ନାହିଁ। ଆପଣଙ୍କ କାର୍ଯ୍ୟ ଆଗକୁ ବଢିବ। ଦାୟିତ୍ୱ ବଢିପାରେ। ସ୍ବାସ୍ଥ୍ୟ ବିଗିଡି ପାରେ, ଏଥିପାଇଁ ଧ୍ୟାନ ରଖନ୍ତୁ। କୌଣସି ଯାତ୍ରାରେ ଯାଇ ପାରନ୍ତି। ଚାକିରି କ୍ଷେତ୍ରରେ ଦାୟିତ୍ୱ ପୂରଣ କରିବେ।

ମୀନ: ଆଜି କାହା ସହିତ ବିବାଦ ହୋଇପାରେ। ନିଜ କାର୍ଯ୍ୟକୁ ନେଇ ଢିଲା ହୁଅନ୍ତୁ ନାହିଁ। ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ବିବାଦ ହୋଇପାରେ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ନୂଆ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ।