ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ PG ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୩/୭: ମହାମାରୀ କରୋନା ଯୋଗୁ ସବୁ ବନ୍ଦ ଥିଲା। ଏହାରିମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ପରୀକ୍ଷା ଓ ଫଳ ପ୍ରକାଶ ସୂଚୀ । ଚଳିତବର୍ଷ ଅଗଷ୍ଟ ୧୯ ସୁଦ୍ଧା  +୩ ଶେଷ ବର୍ଷ ପରୀକ୍ଷା ସରିବ। ସେପ୍ଟେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ ବ୍ୟାକପେପର ସହ ସମସ୍ତ ପରୀକ୍ଷା ଫଳ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ  ଏକକ PG ପ୍ରବେଶିକା ପରୀକ୍ଷା ହେବ ।ଅକ୍ଟୋବର ୧୫ରୁ  ପିଜି ନାମଲେଖା ଆରମ୍ଭ ହେବ। ସେହିପରି ଅଗଷ୍ଟ ୩୧ ସୁଦ୍ଧା ପିଜି ଶେଷ ସେମିଷ୍ଟର ସରିବ। ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ପିଜି ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷମନ୍ତ୍ରୀ ଅରୁଣ ସାହୁ।