ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ଭୁବନେଶ୍ୱର, ୨୩/୭: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ କୋଭିଡ୍‌ ବିପଦ ଦୂର ହୋଇ ନାହିଁ । ଗରିବ ଲୋକଙ୍କ ପାଖରେ ପହଞ୍ଚିଛି ୨୦୦୪ କୋଟିର ସହାୟତା। ଏବେ ଆତ୍ମସନ୍ତୋଷ ନୁହେଁ ବରଂ ଅଧିକ ସତର୍କତା ଜରୁରୀ ରହିଛି।୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦିଆଯାଇଛି ସହାୟତା । ଚାଷୀ, ନିର୍ମାଣ ଶ୍ରମିକ, ଆଦିମ ଜନଜାତି ପରିବାରଙ୍କୁ ମଧ୍ୟ ସହାୟତା ଦିଆଯାଇଛି।