ରାଜ୍ୟରେ ଆଜି ୬୯ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୩/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୬୯ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ  କରୋନାଜନିତ  ମୋଟ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୬ ଜଣ, ବାଲେଶ୍ବରରେ ୧୦, ସମ୍ବଲପୁରରେ ୭, କେନ୍ଦ୍ରାପଡ଼ାରେ ୬, ବରଗଡ଼ରେ ୫, ସୁନ୍ଦରଗଡ଼ରେ ୪ ଜଣ, ରାୟଗଡ଼ା, ଝାରସୁଗୁଡ଼ା, ବଲାଙ୍ଗିର ଓ କନ୍ଧମାଳରେ ୨ ଲେଖାଏଁ, ଢେଙ୍କାନାଳ, ନୂଆପଡ଼ା ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିିିଛି।