ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୨/୧୧: ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ତାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କରୁ ଫେରି ଘରେ ବସିଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ଅନେକ ଓଡିଆ ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର । ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନା ଦେଇଥିବା ଚଳଚିତ୍ର ଜୀବନ ମୃତ୍ୟୁ, ସତ ମିଛ, ହରି ଭାଇ ହାରେନା, ରୁପା ଗାଁର ସୁନା କନିଆଁ, ସିଂହବାହିନୀ, ସାଗର ଗଙ୍ଗା, ପଥର ଖସୁଛି ବଡ ଦେଉଳୁ।