ଫକୀରମୋହନ ୟୁନିଭରସିଟିର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର

ଭୁବନେଶ୍ୱର, ୨୨/୭:ବାଲେଶ୍ବର ଫକୀରମୋହନ ୟୁନିଭରସିଟିର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହୋଇଛନ୍ତି ବାଲେଶ୍ବର ଫକୀରମୋହନ ୟୁନିଭରସିଟିର ନୂଆ କୁଳପତି । ୪ ବର୍ଷ ପାଇଁ କୁଳପତି ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଉଲ୍ଲେଖ ଯୋଗ୍ୟ ଯେ ସନ୍ତୋଷ ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍ ଆଇଆର ବିଭାଗର ପ୍ରଫେସର ଥିଲେ । ତେବେ ତାଙ୍କର ୩୦ ବର୍ଷରୁ ଅଧିକ ହେବ ଶିକ୍ଷକତା ଅଭିଜ୍ଞତା ରହିଛି। ସେ ୧୦ଟି ପୁସ୍ତକ ଲେଖିଥିବା ବେଳେ, ୧୭ ଜଣ ପିଏଚଡି ଓ ୪୦ ଜଣ ସ୍କଲାରଙ୍କୁ ଗାଇଡ କରିଥିବା ଜଣାପଡିଛି।