ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ର ପାଇଁ ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଏସଓପି

ଭୁବନେଶ୍ୱର, ୨୧/୭: ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଥିଲା। ତେଣୁ ସବୁ ସ୍କୁଲ ଓ କଲେଜ ବନ୍ଦ ଥିଲା। ତେଣୁ ଛାତ୍ରଛାତ୍ରଙ୍କ ପାଠପଢା ଉପରେ ବେଶ ପ୍ରଭାବ ପକାଇଛି । ଏବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ର ପାଇଁ ସ୍କୁଲ ଖୋଲିବ । ଏହାପରେ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲିବା ନେଇ ସୂଚନା ରହିଛି । ଜୁଲାଇ ୨୬ରୁ ସରକାରୀ ଓ ଘରୋଇ ହଷ୍ଟେଲ ଖୋଲିବା ନେଇ ଏସଓପି ଜାରି ହୋଇଛି । ଛାତ୍ରଛାତ୍ରୀ ହଷ୍ଟେଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ନିହାତି ଆବଶ୍ୟକ ରହିଛି । ଅନ୍ୟପଟେ ହଷ୍ଟେଲର ମେସ ଓ ଶୌଚାଳୟ ପ୍ରତିଦିନ ସାନିଟାଇଜ କରାଯିବ । ଏହାସହ ହଷ୍ଟେଲ ପରିସରରେ ଅଧିକ ସାନିଟାଇଜର ମହଜୁଦ ରଖାଯିବ । ସେହିପରି ହଷ୍ଟେଲ ପରିସରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ହଷ୍ଟେଲ୍ ରେ ଗୋଟିଏ ଆଇସୋଲସନ ବ୍ୟବସ୍ଥା ମଧ୍ୟ କରାଯିବ । ପ୍ରତେକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।