କରୋନା କବଜାରେ ରାଜ୍ୟପାଳ, ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨/୧୧( ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମି ଆସୁଥିବା ବେଳେ ଆଜି ସଂକ୍ରମିତ ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ତାଙ୍କୁ କରୋନା ହୋଇଥିବା ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏହାସହ ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ଗତ କିଛି ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହିବା ସହ କରୋନା ପରୀକ୍ଷା କରିବା ପାଇଁ  ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଶୀଘ୍ର ଭଲ ହେବା ନେଇ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।