ପୁରୀ ସହରରେ ଲାଗିଲା କର୍ଫ୍ୟୁ

ପୁରୀ, ୧୯/୭: ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ବହୁଡାଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ଜୋଡଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ପୁରୀ ସହରରେ କର୍ଫ୍ୟୁ ଲାଗୁ ହୋଇଛି।୨୧ ତାରିଖ ରାତି ୮ଟା ଯାଏଁ କଟକଣା ଜାରି ରହିିିବ। ପୁରୀକୁ ସଂଯୋଗ କରୁଥିବା ୮ଟି ପ୍ରବେଶ ପଥ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୩ଟି ପ୍ରବେଶ ପଥକୁ ମଧ୍ୟ ସିଲ୍ କରାଯାଇଥିବା ବୋଲି ସୂଚନା ମିିଳିଛି।