ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୯/୭:ରାଜ୍ୟରେ ଏବେ ବର୍ତ୍ତମାନ ସଂକ୍ରମଣର ଗ୍ରାଫ ତଳମୁହାଁ ହୋଇଛି । ଯାହା ଆକଳନ କରାଯାଇଥିଲା ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । କିଛି ଜିଲ୍ଲାରେ ସଂକ୍ରମଣ ସ୍ଥିତି ଏବେ ପ୍ଲାଟୋ ଷ୍ଟେଜରେ ରହୁଛି । ଏଥିପାଇଁ ଆତଙ୍କିତ ହେବାରେ କିଛି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର  କହିଛନ୍ତି।

ଏହାସହ ତୃତୀୟ ଲହର ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଟେଷ୍ଟିଂ, ଟ୍ରାକିଂ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହା ବାଦ ଆମେ ଟେଷ୍ଟିଂ ପାଇଁ ମଧ୍ୟ ଲାବ୍ରୋଟ୍ରେରୀ ସଂଖ୍ୟା ବଢ଼ାଉଛୁ ବୋଲି ସେ କହିଛନ୍ତି।