ଅଗଷ୍ଟ ମାସ ପର୍ଯ୍ୟନ୍ତ ଜାରି ରହିବ ସର୍ଭେଲାନ୍ସ

ଭୁବନେଶ୍ୱର, ୧୮/୭: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିନି। ଏହାରିମଧ୍ୟରେ କୋଭିଡ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅନେକ ଲୋକ ଲକ୍ଷଣ ଦେଖାଗଲେ ବି ଟେଷ୍ଟ ପାଇଁ ଆସୁନାହାନ୍ତି। ସେହିପରି କଣ୍ଟାକ୍ଟ ଟ୍ରେସିଂ ହୋଇନପାରିବାରୁ ଅନେକ ହିଡେନ କେସ ରହିଯାଉଛି। ସର୍ଭେଲାନ୍ସ କରି ହିଡେନ କେସ ବାହାର କରାଗଲେ ସଂକ୍ରମଣ ରୋକିହେବ ବୋଲି ସେ କହିଛନ୍ତି। ତେଣୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସର୍ଭେଲାନ୍ସ ଜାରି ରହିବ। ଏବେ ସୁଦ୍ଧା ଆଶାକର୍ମୀଙ୍କ ଦ୍ବାରା ସର୍ଭେରେ ୧ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। କଟକ, ଭୁବନେଶ୍ବର, ବାଲେଶ୍ଵର, ବାରିପଦା ଫୋକସରେ ରହିଛି।