କଟକ ଗସ୍ତରେ 5T ସଚିବ

ଭୁବନେଶ୍ୱର, ୧୮/୭: ଆଜି କଟକ ଗସ୍ତରେ ଯାଇଛନ୍ତି 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ସେଠାରେ ପହଂଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଯେମିତିକି ତାଳଦଣ୍ଡା କେନାଲ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଓ ଖାନନଗର ବସ୍‌ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଅନ୍ୟପଟେ ପ୍ରକଳ୍ପ ସ୍ଥଳରୁ ପାଠାଗାର ସ୍ଥାନାନ୍ତର ପାଇଁ ଲୋକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ୧୦ ଦିନ ମଧ୍ୟରେ ପାଠାଗାର ପାଇଁ ନୂଆ ସ୍ଥାନର ପ୍ରସ୍ତାବ ଦେବାକୁ ନିର୍ଦେଶ ଦେଇଛନ୍ତି। ୨୦୨୨ ଅଗଷ୍ଟ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।