କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୭/୭: ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ୩ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକ ଅନୁମୋଦନ ମିଳିଥିବା ବେଳେ ସିଇଟି ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି।  OSWAN ଓଡ଼ିଶା ଟେଷ୍ଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପକୁ କ୍ୟାବିନଟର ଅନୁମୋଦନ ମିଳିଥିବା ବେଳେ IT ଭିତ୍ତିଭୂମି ବଢ଼ାଇବ OSWAN। ସେଥିରେ ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା।