ଆସନ୍ତା ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ

ଭୁବନେଶ୍ୱର, ୧୭/୭: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ଏହାରିମଧ୍ୟରେ ଜୁଲାଇ ୨୬ରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି। କିନ୍ତୁ  ସ୍କୁଲକୁ ଆସିବା ପିଲାଙ୍କ ଉପରେ ନିର୍ଭର କରୁଛି । ଅଭିଭାବକଙ୍କ ସହ ଅନୁମତି ନେଇ ଆସିବେ। ସବୁ ସରକାରୀ ଓ ଘରୋଇ ସ୍କୁଲକୁ ଅନୁମତି ମିଳିଛି। ସକାଳ ୧୦ରୁ ସାଢେ ଗୋଟାଏ ଯାଏ  କ୍ଲାସ୍ ଚାଲିବ। ଏନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

କିନ୍ତୁ ଯେଉଁଠି ମାଟ୍ରିକ ପରୀକ୍ଷା ସେଣ୍ଟର ହୋଇଛି ସେହି ସ୍କୁଲ ପରେ ଖୋଲିବ। ଅନ୍ୟପଟେ ବାହାରିଥିବା ମାଟ୍ରିକ ରେଜଲ୍ଟ ରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇଥିବା ଅଫ୍ ଲାଇନ ପରୀକ୍ଷା ଫଳ ଅଗଷ୍ଟ ୨୨ ମଧ୍ୟରେ ବାହାରିବ ।