ଆଜ୍ଞାମାଳ ଲାଗିବା ପରେ ତିନି ରଥର ଚାଲିଛି ଦକ୍ଷିଣମୋଡ଼

ପୁରୀ,୧୭/୭: କୋଭିଡ କଟକଣା ଭିତରେ ଚାଲିଛି ରଥଯାତ୍ରା। ଅନ୍ୟପକ୍ଷରେ ଆଜି ବାହୁଡା ଯାତ୍ରା ଲାଗି ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ତିନି ରଥର ଦକ୍ଷିଣମୋଡ଼ କରାଯିବ। ଏନେଇ ଘଣ୍ଟ ଧ୍ଵନି ପରିବେଶ ମଧ୍ୟରେ ତିନି ରଥକୁ ବିଜେ କରାଯାଇଛି ପ୍ରଭୁଙ୍କ ପବିତ୍ର ଆଜ୍ଞାମାଳ । ଏହାପରେ ୩ରଥର ଦକ୍ଷିଣମୋଡ଼ ଚାଲିଛି।ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣମୋଡ଼ ହୋଇଛି।