ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର

ଭୁବନେଶ୍ୱର, ୧୭/୭:ଢେଙ୍କାନାଳ  ସ୍ଥିତ ସଦର ଥାନା ପାରିଖେଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି। ସେଠାରେ ସ୍ବାମୀ କଟୁରୀରେ ନିିିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ କଟୁରି ଚୋଟରେ ସ୍ତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ  ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନନ୍ଦା ନାୟକଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଅନ୍ୟପଟେ ସ୍ବାମୀ ସନମ ଫେରାର ହୋଇଛନ୍ତି। ଘରୋଇ କଳହରୁ ଏହିଭଳି ଘଟଣା ଘଟିଛି। ଏହାପରେ ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି ।