କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ଜରୁରୀ

ନୂଆଦିଲ୍ଲୀ, ୧୬/୭: କରୋନା ସ୍ଥିତି ନେଇ ୬ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପରାମର୍ଶ ଦେଇ କହିଛନ୍ତି ଯେ  କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ଜରୁରୀ । କରୋନା ବିରୋଧୀ ଲଢେଇ ପାଇଁ ମୋଦିଙ୍କ ୪ମନ୍ତ୍ର ଟେଷ୍ଟି, ଟ୍ରେସିଂ, ଟ୍ରାକିଂ ଓ ଟିକା ଉପରେ ଗୁରୁତ୍ୱ ଦିଆଯାଉ ବୋଲି କହିଛନ୍ତି। ଟିକା ହେଉଛି ବଡ ଅସ୍ତ୍ର ତେଣୁ ଏହା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତୃତୀୟ ଲହର ରୋକିବାକୁ କଡା ପଦକ୍ଷେପ ନେବା ସହ ଶିଶୁଙ୍କୁ ସଂକ୍ରମଣରୁ ରୋକିବାକୁ ହେଲେ ପୂର୍ଣ୍ଣ ପ୍ରସ୍ତୁତି ଜରୁରୀ ବୋଲି ସେ କହିଛନ୍ତି। ଗ୍ରାମାଞ୍ଚଳରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ।