ଆରପାରିରେ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ,୧୬/୭: ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ ର ଦାଦି ସା ଓରଫ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ମୁମ୍ବାଇରେ ହୃଦଘାତରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳି ଯାଇଛି ।