JEE ମେନ୍‌ର ଚତୁର୍ଥ ପର୍ଯ୍ୟାୟ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୧୫/୭: ଜେଇଇ ମେନ୍‌ର ଚତୁର୍ଥ ପର୍ଯ୍ୟାୟ ଆବେଦନ ଅବଧି ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ କରାଯାଇଛି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତି ପର୍ଯ୍ୟାୟ ପରୀକ୍ଷା ମଧ୍ୟରେ ୪ ସପ୍ତାହ ବ୍ୟବଧାନ ରଖିବାକୁ NTAକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଆସନ୍ତା ଅଗଷ୍ଟ ୨୬, ୨୭,୩୧ ଏବଂ ସେପ୍ଟେମ୍ବର ୧ ଓ ୨ରେ ଜେଇଇ ମେନ୍‌ର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା କରାଯିବ।ସୂଚନା ଯୋଗ୍ୟ ଯେ ଏବେ ପର୍ଯ୍ୟନ୍ତ ୭ଲକ୍ଷ ୩୨ ହଜାର ପିଲା ପଞ୍ଜିକରଣ କରିଛନ୍ତି ।