ମହାପ୍ରଭୁଙ୍କ ୩ ରଥରେ ସାମାନ୍ୟ ଫାଟ

ପୁରୀ, ୧୫/୭: ପୁରୀ: ପୁରୀରେ ମହାପ୍ରଭୁଙ୍କ ତିନି ରଥର ଚକ ଓ ପ୍ରଭାରେ ସାମାନ୍ୟ ଫାଟ ଦେଖା ଦେଇଛି। ତିନି ରଥର ଯାଞ୍ଚ ବେଳେ ଫାଟ ସମ୍ପର୍କରେ ଜଣାପଡିଛି। ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ବେଳେ ନନ୍ଦିଘୋଷ ରଥର ପ୍ରଭାରେ ସାମାନ୍ୟ ଫାଟ ଥିବା ସୂଚନା ମିଳିଛି। ଏନେଇ ରଥ ନିର୍ମାଣ କମିଟି ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ରଥରେ ଥିବା ଫାଟକୁ ମରାମତି କରାଯାଉଛି ।
ମହାରଣା, ଭୋଇ ସେବକ ଓ କମାର ସେବକ ମରାମତି କରୁଛନ୍ତି ।