ରାଜ୍ୟରେ ଆଜି ୬୬ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୫/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୬୬  ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୨୧, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୦ ଜଣ ଲେଖାଏଁ, ବାଲେଶ୍ବରରୁ ୮, ସମ୍ବଲପୁରରୁ ୭, ମୟୂରଭଞ୍ଜ ଓ ଭଦ୍ରକରୁ ୨ ଜଣ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, କଟକ, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮୬୧ କୁ ବୃଦ୍ଧି ପାଇଛି ।