ତୃତୀୟ ଲହର ଆସୁ କି ନ ଆସୁ ଜାରି ରହିବ ସର୍ଭେଲାନ୍ସ ଓ ଟିକାକରଣ

ଭୁବନେଶ୍ୱର, ୧୪/୭: ରାଜ୍ୟରେ ଏବେ କରୋନା ଦ୍ଵତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ସମସ୍ତିଙ୍କୁ ଭୟ ଘାରିଲାଣି ଆସୁଥିବା ତୃତୀୟ ଲହର। ଏହାରିମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତୃତୀୟ ଲହର ଆସୁ କି ନ ଆସୁ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ। ଅନ୍ୟପଟେ କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି। ଏହାସହ କଟକ, ଭୁବନେଶ୍ୱରରେ କିଭଳି ସଂକ୍ରମଣ କମିବ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।