ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୩/୭: ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୧୯୮୩ ବିଶ୍ବକପ ବିଜୟର ଅନ୍ୟ ଜଣେ ହିରୋ ଥିଲେ ଯଶପାଲ। ଏହାସହ ଶୋକସନ୍ତପ୍ତ ପରିବାରକୁ ସମାବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ଲେଖ ଯୋଗ୍ୟ ଯେ ୬୬ ବର୍ଷ ବୟସରେ ଆଜି ହୃଦଘାତରେ ଯଶପାଲଙ୍କ ମୃତ୍ୟୁ ଘଟିଛି।