କୋଭିଡ୍ କଟକଣା ଭିତରେ ହେବ ସେମ୍ବେର ୧୨ ତାରିଖରେ NEET (UG) ୨୦୨୧ ପରୀକ୍ଷା

ନୂଆଦିଲ୍ଲୀ, ୧୨/୭: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ସବୁ ସ୍କୁଲ, କଲେଜ ବନ୍ଦ ରଖାଯିବା ସହ ପରୀକ୍ଷା ସବୁ ବାତିଲ ରହିଥିଲା। ଏହାରିମଧ୍ୟରେ ସେମ୍ବେର ୧୨ ତାରିଖରେ NEET (UG) ୨୦୨୧ ପରୀକ୍ଷା ହେବ। କୋଭିଡ୍ କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ହେବ । ଆସନ୍ତାକାଲି ଅପରାହ୍ନ ୫ଟାରୁ ଅନଲାଇନ୍‌ରେ ଆବେଦନ ଆରମ୍ଭ ହେବ । NTA ୱେବସାଇଟ୍ ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିପାବେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି। ୨୦୨୦ ଠାରୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।