ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ, ୧୨/୭: ଆଜି ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା। ବିନା ଭକ୍ତ ଓ କଟକଣା ଭିତରେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ହେଉଛି। ଏହାରିମଧ୍ୟରେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ରଥ ଉପରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସେ ନିମନ୍ତ୍ରଣ କରିଥିଲେ।