ଆସନ୍ତାକାଲି ରାଜ୍ୟ ଜନଜାତି ସଂଗ୍ରହାଳୟକୁ ହେବ ଭର୍ଚୁଆଲ ଟୁର

ଭୁବନେଶ୍ୱର, ୧୦/୭: ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଦିନକୁ ଦିନକୁ ଏବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନା ପାଇଁ  ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଟୁର ବନ୍ଦ ଥିଲା। ବନ୍ଦ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଆସନ୍ତାକାଲି ଭର୍ଚୁଆଲ ଟୁର ହେବ । ଆସନ୍ତାକାଲି ଉଭୟ ଅନୁସୂଚିତ ଜନଜାତି ଓ ଅନୁସୂଚତି ଜାତି ଉନ୍ନୟନ ବିଭାଗର ଫେସ୍‌ବୁକ ଓ ଟ୍ବିଟର ପେଜ୍‌ @stscdev ଓ @scstrti ଖୋଲି ଡଙ୍ଗରିଆ କନ୍ଧଙ୍କ ସମ୍ପର୍କରେ ଦର୍ଶକ ଜାଣିପାରିବେ। SCSTRTIର ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ଏନେଇ ସୂଚନା ଦେଇଛନ୍ତି।

ସେମାନଙ୍କର ବୃତ୍ତିଗୁଡ଼ିକ ଏମ୍ବ୍ରୋଡୋରୀ, କାଠ ଖୋଦନ ଏବଂ
ସାଜସଜ୍ଜା, କାନ୍ଥ ଚିତ୍ର, ପାନିଆ ତିଆରି, ସପୁରୀ ଓ ଆଦି ଫଳ ଚାଷ କରନ୍ତି |