ଏମ୍‌ସରେ କନ୍ଧମାଳ ଗୁଳି ବିନିମୟରେ ଆହତ ୨ ଯବାନଙ୍କ ଚିକିତ୍ସା ଜାରି

ଭୁବନେଶ୍ୱର, ୧୦/୭: କନ୍ଧମାଳର ଗୋଚ୍ଛାପଡ଼ା ଜଙ୍ଗଲରେ
ମାଓବାଦୀ ଯବାନଙ୍କ ଭିତରେ ଗୁଳି ବିନିମୟ ଘଟିଛିି।ଯାହାଫଳରେ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହେଲିକପ୍ଟରରେ ଭୁବନେଶ୍ବରକୁ ଆଣିଛନ୍ତି ଡିଜିପି ଅଭୟ ।ଏହାପରେ ଭୁବନେଶ୍ବରରେ ଗଣମାଧ୍ୟମକୁ ଡିଜିପି ଅଭୟ ସୂଚନା ଦେଇ କହିଛନ୍ତି ଯେ ମାଓବାଦୀଙ୍କ ଗୁଳିରେ ଗୁରୁତର ଆହତ ୨ SOG ଯବାନ ଏମ୍‌ସରେ ଭର୍ତ୍ତି କରାଯାଇଛି।  ଜଣେ ଯବାନଙ୍କ ଛାତିରେ ଓ ଅନ୍ୟ ଜଣଙ୍କ ଆଖିରେ ଗୁଳି ବାଜିିିଛି। ଯବାନଙ୍କ ଚିକିତ୍ସା ପାଇଁ ୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠିତ ହୋଇଛି । ଟିମ୍‌ରେ ସର୍ଜରୀ, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, CTBS ଡାକ୍ତର ସାମିଲ ହୋଇଛନ୍ତି। ଉଭୟ ଆହତ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ।

ସମୟାନୁବର୍ତ୍ତିତା ଓ ଦକ୍ଷତା ପାଇଁ BSF ପାଇଲଟଙ୍କୁ ଧନ୍ୟବାଦ ଦେଇଛନ୍ତି DGP । ଆହତ ଯବାନଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ମଧ ଧନ୍ୟବାଦ ସେ ଦେଇଛନ୍ତି।