ରଥଯାତ୍ରା ନେଇ ଆସନ୍ତାକାଲି ରାତି ୮ଟାରୁ ଜୁଲାଇ ୧୩ ରାତି ୮ଟା ଯାଏ ପୁରୀରେ କର୍ଫ୍ୟୁ

ପୁରୀ, ୧୦/୭: ଆଉ ଦୁଇଦିନ ଗଲେ ମହାପ୍ରଭୁଙ୍କ ରଥଯାତ୍ରା। ଏନେଇ ଆଜିଠୁ ଖାଲି ହେବ ବଡ଼ଦାଣ୍ଡର ୨ ପାଖରେ ଥିବା ହୋଟେଲ ଓ ଧର୍ମଶାଳା । ବିନା ଭକ୍ତରେ ରଥଯାତ୍ରା ନିଷ୍ପତ୍ତି ଯୋଗୁଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଘରୋଇ କୋଠାରୁ ମଧ୍ୟ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ଲୋକଙ୍କୁ ହଟାଯିବ । ଏହାସହ ବାଲକୋନି କିମ୍ବା ଛାତ ଉପରୁ ରଥଯାତ୍ରା ଦର୍ଶନ ଉପରେ କଟକଣା ଲାଗୁ ହୋଇଛି।

ଅନ୍ୟପଟେ ଆସନ୍ତାକାଲି ରାତି ୮ଟାରୁ ଜୁଲାଇ ୧୩ ରାତି ୮ଟା ଯାଏ ପୁରୀରେ କର୍ଫ୍ୟୁ ସହ ୧୪୪ ଧାରା ବଳବତ୍ତର ରହିବ । ବଡ଼ଦାଣ୍ଡରେ ଔଷଧ ଦୋକାନ ଖୋଲିବା ଉପରେ ବି କଟକଣା ଜାରି ହୋଇଛି। ପୁରୀକୁ ସଂଯୋଗ କରୁଥିବା ୮ଟି ପ୍ରବେଶ ପଥ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୩ଟି ପ୍ରବେଶ ପଥକୁ ମଧ୍ୟ ସିଲ୍ କରାଯିବ ବୋଲି ସୂଚନା ମିିଳିଛି।