ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର, ୯/୭: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ରୁ ସବୁ ସ୍କୁଲ, କଲେଜ ବନ୍ଦ କରାଯିବା ସହ କୌଣସି ପରୀକ୍ଷା ହୋଇପାରୁନଥିଲା ଓ ରେଜଲ୍ଟ ମଧ୍ୟ ବାହାରି ପାରୁନଥିଲା। ଏହାରିମଧ୍ୟରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବରୁ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବାର ଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ୩୧ ସୁଦ୍ଧା ରେଜଲ୍ଟ ବାହାର କରିବା ପାଇଁ ପ୍ରୟାସ ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିିିଛନ୍ତି।