ଭୁବନେଶ୍ୱର, ୩୧।୧୦(ଦି ପ୍ରଗତି ନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରରୁ ଆଜି ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୨୬ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି ।
ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୫୩କୁ ବୃଦ୍ଧି ପାଇଥିବା ବେଳେ ୨୭୫୪୩ଜଣ ସୁସ୍ଥ ହୋଇଛନ୍ତି ଓ ୧୬୬ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ୧୪୨୩ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।