ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ କ୍ରୀଡ଼ାବିତଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୮/୭: ଟୋକିଓ ଅଲିମ୍ପିକ୍‌ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଶାର କ୍ରୀଡ଼ାବିତ ପାଇବେ ୬ କୋଟି ଟଙ୍କା । ସେହିପରି ରୌପ୍ୟ ପଦକ ପାଇଁ ୪ କୋଟି ପୁରସ୍କାର ଥିବା ବେଳେ ବ୍ରୋଞ୍ଜ ପଦକ ପାଇଁ ଅଢ଼େଇ କୋଟି ଟଙ୍କା ମିଳିବ। ଅଲିମ୍ପିକ୍ସରେ ଭାଗ ନେଉଥିବା ଓଡ଼ିଶାର ସବୁ ଖେଳାଳିଙ୍କୁ  ୧୫ ଲକ୍ଷ ଟଙ୍କା ମିଳିବ।