ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ

ନୂଆଦିଲ୍ଲୀ, ୭/୭: ମୋଦିଙ୍କ ନୂଆ କ୍ୟାବିନେଟ୍  ଗଠନ ହୋଇଛି। ପ୍ରଥମେ  କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନାରାୟଣ ରାଣେ। ତାଙ୍କୁ ରାାଷ୍ଟ୍ରପତି  ରାମନାଥ କୋବିନ୍ଦ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି
ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ପାଇଁ ଶପଥ ନେଇଛନ୍ତି ସର୍ବାନନ୍ଦ ସୋନୱାଲ।  ଜ୍ୟୋତିରାଦିତ୍ୟ ସିନ୍ଧିଆ,  ଅଶ୍ୱିନୀ ବୈଷ୍ଣବ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ।

କ୍ୟାବିନେଟ୍ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ନାରାୟଣ ରାଣେ ଓ ସର୍ବାନନ୍ଦ ସୋନୱାଲଙ୍କ ସହିତ ଡକ୍ଟର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭୀୟ ,ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି.କିଶନ ରେଡ୍ଡୀ, ଅନୁରାଗ ଠାକୁର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପଙ୍କଜ ଚୌଧୁରୀ , ଅନୁପ୍ରିୟା ପଟେଲ, ଏସ.ପି.ସିଂ ବଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାର୍ଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣ ସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ ବର୍ମା, ଅଜୟ କୁମାର, ଚୌହ୍ୱାନ ଦେବୁସିଂ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ସୁଶ୍ରୀ ପ୍ରତିମା ଭୌମିକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।