ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୩୧/୧୦( ଦି ପ୍ରଗତି ନ୍ୟୁଜ୍): ଆଜି ରାଜ୍ୟରେ ଅନଲକ ୬.୦ ଗାଇଡ଼ଲାଇନ ଆସିଛି। ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନି । ଏନେଇ ମନ୍ଦିର ଟ୍ରଷ୍ଟ, ସେବାୟତ ଓ ଲୋକଙ୍କ ମତାମତ ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଛି , ତଥାପି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ଏନେଇ ସ୍ୱାସ୍ଥ୍ୟ ବିଭାଗର ଅନୁମତି ଜରୁରୀ ବୋଲି ସେ କହିଛନ୍ତି । ମତାମତ ପରେ ଆସନ୍ତା ସପ୍ତାହ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।