ନିଜ ମନ ଛାଡି ଅନ୍ୟମାନଙ୍କ ମନରେ କଣ ଚାଲିଛି ପଢି ହେବ କି ? ଆଜ୍ଞା ହଁ ଏହା ସମ୍ଭବ , ହେଲେ କିପରି ପଢିବେ ଜାଣନ୍ତୁ

ପୃଥିବୀରେ ବାସ କରୁଥିବା ସମସ୍ତ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତାଧାରା ଚାଲିଥାଏ । ଆମ ନିଜ ମନରେ କଣ ଚାଲିଥାଏ ଏହା ଆମକୁ ଭଲ ଭାବେ ଜଣା ଥାଏ । ଏହାସହ ଆମେ ଆଗକୁ କଣ କରିବା ତାହା ମଧ୍ୟ ଭଲ ଭାବେ ଆମକୁ ଜଣା ଥାଏ । କିନ୍ତୁ ଆମ ସହ ମିଶୁଥିବା ଲୋକଙ୍କ ମନରେ କଣ ଚାଲିଥାଏ ଏହା ଆମକୁ ଜାଣିବା ବହୁତୁ କଷ୍ଟ କର ହୋଇଥାଏ । ଅନ୍ୟ ଲୋକଙ୍କ ମନରେ କଣ ଚାଲିଛି ତାହା ଜାଣିବା କଣ ସମ୍ଭବପର ହୋଇଥାଏ କି ? ଆଜ୍ଞା ହଁ ଆମ ଆଖ ପାଖରେ ଥିବା ଲୋକଙ୍କ ମନରେ କଣ ଚାଲିଛି ଏହା ଜଣା ପଡିଥାଏ । ଏହା କିଛି ବଡ କଥା ନୁହେଁ ଅନ୍ୟ ମାନଙ୍କ ମନରେ କଣ ଚାଲିଛି ଜାଣିବା ଅତି ସହଜ ହୋଇଥାଏ । ଏହା କିଛି କଷ୍ଟକର କାମ ହୋଇନଥାଏ । ତେବେ ଆସନ୍ତୁ ଜାଣିବା କିପରି ଆମେ ଅନ୍ୟ ମାନଙ୍କ ମନରେ କଣ ଚାଲିଛି ଜାଣିବା ।

ଯେପରି ଜ୍ୟୋତିଷ ମାନେ ଆମ ମନ କଥା ଅତି ସହଜରେ ବୁଝିପାରିଥାନ୍ତି । ଆମେ ତାଙ୍କ ପାଖକୁ ଯିବା ମାତ୍ରେ ସେ ଆମ ମନ କଥା ବୁଝିବା ଆରମ୍ଭ କରିଦେଇଥାନ୍ତି । ଆମ ନିଜ କଥା ଅଳ୍ପ କିଛି କହିବା ପରେ ସେମାନେ ଆମ ପୁରା ମନ କଥା ବୁଝି ନେଇଥାନ୍ତି । ଆମ ଅତିତ , ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ସେମାନେ ସବୁ ଜାଣିବା ପରି ସେତେବେଳେ ଆମକୁ ଲାଗିଥାଏ । ଯେପରି କିଛି ଚମତ୍କାର ହେଉଛି ସେହିପରି ଆମକୁ ଲାଗିଥାଏ । କିନ୍ତୁ ଏହା କୌଣସି ପ୍ରକାର ବାସ୍ତବିକ କିମ୍ବା ଚମତ୍କାର ହୋଇନଥାଏ । ଏହା କେବଳ ଅଭ୍ୟାସ ଦ୍ୱାରା ହୋଇଥାଏ । ଯାହା ସେମାନେ କରି ଆମ ମନ କଥା ସହଜରେ ପଢ଼ିପାରିଥାନ୍ତି ।

ସେହିପରି ଆମେ ମାନେ ମଧ୍ୟ ଅଭ୍ୟାସ କରିଲେ ଏହା ଆମ ପକ୍ଷେ ମଧ୍ୟ ସମ୍ଭବପର ହୋଇପାରିବ । ଆମେ ମଧ୍ୟ ଅନ୍ୟ ମାନଙ୍କ ମନ କଥାକୁ ଅତି ସହଜରେ ପଢ଼ିପାରିବା । ଆମ ମନକୁ ଏହା ପ୍ରଶ୍ନ ଆସୁଥିବା ଯେ ଆମେ ଅନ୍ୟ ମାନଙ୍କ ମନ କଥା ଜାଣି କଣ କରିବା । କିନ୍ତୁ ଏହା ଆମ ପାଇଁ ବେଶ ଲାଭଦାୟକ ହୋଇଥାଏ । ଯଦି ଆମେ ଅନ୍ୟମାନଙ୍କ ମନ କଥା କିମ୍ବା ସେମାନେ ଆଗକୁ କଣ କରିବାକୁ ଯାଉଛନ୍ତି ଜାଣିପାରିଲେ କିଏ କିପରି ଜାଣିହେବ । ନିଜକୁ ଅନ୍ୟ ମାନଙ୍କ ମିଛ କବଳରୁ ରକ୍ଷା କରିପାରିବା ।

ଆପଣ ଯଦି ଅନ୍ୟ ମାନଙ୍କ ମନ କଥା ଜାଣିବାକୁ ଚାହୁଁଛନ୍ତି ସର୍ବପ୍ରଥମେ ନିଜ ମନ ଉପରେ କାବୁ କରିବା ଶିଖନ୍ତୁ । ଏହାପରେ ନିଜ ମନକୁ ଯେତେ ଦୂର ସମ୍ଭବ ସ୍ଥିର ରଖନ୍ତୁ । ଚଞ୍ଚଳ ମନୋ ପ୍ରକୃତି ଥିବା ଲୋକ ମାନେ ଏହା କରିପାରନ୍ତି ନାହିଁ । ଶବ୍ଦ ରେ ନୁହେଁ ଅନ୍ୟମାନଙ୍କ ମନକୁ ନୀରବତାର ସହ ପଢିବାକୁ ଟେଲିପାଥି କୁହାଯାଏ । ଉଦାହରଣ ସ୍ୱରୂପ ଆମେ କୌଣସି ବ୍ୟକ୍ତିଙ୍କ କଥା ଭାବୁଥିବ ହଟାତ ସେହି ଲୋକ ଆମ ଆଗକୁ ଆସିଯିବା ବା ତାର ଫୋନ ଆସିଯିବା । ଏହାର ଅର୍ଥ ଆମ ମନ କଥା ତାଙ୍କ ପାଖେ ପହଂଚିପାରୁଛି ଓ ତାଙ୍କ ମନ କଥା ଆମେ ବୁଝିପାରିବା । ଏହା କୌଣସି ଅସମ୍ଭବପର କଥା ନୁହେଁ କି କୌଣସି ପ୍ରକାର ଆଶ୍ଚର୍ଯ୍ୟକର କଥା ନୁହେଁ । ଏହାକୁ ଅଭ୍ୟାସ କରିବା ଦ୍ୱାରା ସବୁ ପ୍ରକାର ଜିନିଷ ସମ୍ଭବ ହୋଇପାରିବ । ଆମେ ମାନେ କରୁଥିବା କାର୍ଯ୍ୟ ଉପରେ ଧ୍ୟାନ ଦେବା ନିତ୍ୟନ୍ତ ଜରୁରୀ । ଗୋଟେ ଘରେ ଶାନ୍ତ ରହି ନିଜ ମନକୁ ଆଗ ସ୍ଥିର କରିବାକୁ ପଡିଥାଏ । ଏହା ବୈଜ୍ଞାନିକ ଦ୍ୱାରା ବି ପ୍ରମାଣିତ । ମନୋବିଜ୍ଞାନୀ ମାନେ ଲୋକଙ୍କ ହାବ ଭାବ ଦେଖି ଅତି ସହଜରେ ଆମ ମନରେ କଣ ଚାଲିଛି କହିଦେଇଥାନ୍ତି । ଏହାସହ ଲୋକ ମାନେ ଭାବିଥାନ୍ତି ମନୋବିଜ୍ଞାନୀ ମାନେ ଆମ ବିଷୟରେ ସବୁ ଜାଣିପାରିଥାନ୍ତି ତେଣୁ ଆମେ ମନ ରେ ଚାଲିଥିବା ସମସ୍ତ କଥା ତାଙ୍କ ଆଗରେ କହିଦେଇଥାଉ ।

ଲୋକମାନେ ଭାବିଥାନ୍ତି ମନୋବିଜ୍ଞାନୀଙ୍କ ପାଖରେ ବହୁ ଚମତ୍କାର ଶକ୍ତି ରହିଥାଏ । କିନ୍ତୁ ଏହିପରି କିଛି ଚମତ୍କାର ଶକ୍ତି ନଥାଏ । ସେମାନେ ତାଙ୍କ ବିଚାରଧାରା ଓ ମନକୁ ଶାନ୍ତ କରି ଆପଣଙ୍କ ହାବ ଭାବ ଦେଖି ମନକୁ ପଢିବାକୁ ଲାଗିଥାନ୍ତି । ଏହା ଅତ୍ୟନ୍ତ ସରଳ ଅଟେ ଯେ ଯେମିତି ଆମେ ଦୁଇ ଜଣ କଥା ହେଲା ବେଳେ ଉଭୟ କହିବାକୁ ଲାଗିଥାଉ ତେବେ କାହା କଥା କେହି ଶୁଣି ନଥାଉ । କିନ୍ତୁ ଯଦି ଜଣେ କିଏ ଚୁପ ରହିଥାଏ ତେବେ ଅନ୍ୟ ଜଣ ଙ୍କ କଥା ଭଲ ଭାବେ ବୁଝି ହୁଏ ଓ ଜାଣି ହୁଏ । ସେହି ପରି ଅନ୍ୟ ମାନଙ୍କ ମନରେ କଣ ଚାଲିଛି ଜାଣିବାକୁ ହେଲେ ନିଜ ମନକୁ ଚୁପ ଓ ଶାନ୍ତ ରଖିବାକୁ ପଡିଥାଏ । ମନକୁ ଶାନ୍ତ ରଖିବା ମାନେ ନିଜର ବିଚାର ଓ କଳ୍ପନା ଠାରୁ ବାହାରି ଶାନ୍ତ ହୋଇ ରହିବାକୁ ପଡିଥାଏ । ଯୋଗ କରିବା ଦ୍ୱାରା ରୁଷି ମାନେ ପକ୍ଷୀମାନେ ଚାଲିଲେ ସେ ସ୍ୱର ଶୁଣିପାରନ୍ତି ତେବେ ମନରେ ତ ଦୁନିଆ ଯାକର ଗହଳି ରହିଛି ତାହା ଆପଙ୍କ କିପରି ଶୁଣାଯିବ ନାହିଁ ।

ଜଣେ ଜଣେ ଅଛନ୍ତି ଯେଉଁମାନେ ନିଜର ମନ କଥା ବୁଝି ପାରିନଥାନ୍ତି । ସେମାନେ କିପରି ଅନ୍ୟମାନଙ୍କ ମନ କଥା ବୁଝିପାରିବେ । ଅଯଥା କଥା ମାନେ ଯେପରିକି ଯେଉଁ କଥାର କିଛି ଆବଶ୍ୟକ ନଥାଏ ସେହି କଥା କହି ସମୟ ବର୍ବାଦ କରିବା ଅପେକ୍ଷା ଶାନ୍ତ ରହିବା ଜରୁରୀ ହୋଇଥାଏ । ପ୍ରଥମେ ପ୍ରତିଦିନ ନିଜର ଏକ ସମୟ କାଢନ୍ତୁ ଯେଉଁ ସମୟରେ ଆପଣ କିଛି କଥା ବାର୍ତା କରିବେ ନାହିଁ । ସେହି ସମୟରେ ଏକ ଖାଲି ଚଟାଣରେ ଆସନ ପାରି ସେଠାରେ ବସି ରୁହନ୍ତୁ । ଆଉ ଆପଣଙ୍କ ମନରେ କଣ ଚାଲିଛି ତାହା ଦେଖନ୍ତୁ । କିନ୍ତୁ ଏହାର କୌଣସି ପ୍ରତିକ୍ରିୟା ନରଖି କେବଳ ଆପଣଙ୍କ ନିଜ ମନରେ କଣ ଚାଲିଛି ତାହା ଦେଖନ୍ତୁ । ଏହା କରିବା ପରେ ଧୀରେ ଧୀରେ ଆପଣଙ୍କ ମନ ଶାନ୍ତ ହୋଇଯିବ । ଏହାକୁ ମହାତ୍ମା ବୁଦ୍ଧ ଅନାପାନସତୀ ଯୋଗ କୁହାଯାଉଛି । ଏହି ଯୋଗ କରିବା ଦ୍ୱାରା ଆପଣଙ୍କ ଧ୍ୟାନ ନିଶ୍ୱାସ ପ୍ରଶ୍ୱାସ ଉପରେ ରହିଥାଏ । ଯାହା ଦ୍ୱାରା ଆପଣଙ୍କ ମନ ପୁରା ଭାବେ ଶାନ୍ତ ହୋଇଯାଇଥାଏ । ଯେତେବେଳେ ଆପଣ ଙ୍କ ମନ ଶାନ୍ତି ହୋଇଯାଏ ସେତେବେଳେ ଆଖ ପାଖରେ ହେଉଥିବା ସମସ୍ତ ଘଟଣା ଓ ଜିନିଷ ସମ୍ପୂର୍ଣ୍ଣ ଭାବେ ମେହସୁସ କରିପାରିବେ ଓ ଗମ୍ଭିରାତାର ସହ ବୁଝିପାରିବେ । ଜଣେ ଶାନ୍ତ ମନ ବ୍ୟକ୍ତିମାନେ ହିଂ ସାମ୍ନା ଲୋକ କିଛି ନକହିଲା ପରେ ମଧ୍ୟ ଆପଣ ତା ମନ କଥାକୁ ଭଲ ଭାବେ ବୁଝିପାରିବେ । ଜଣେ ଶାନ୍ତ ମନ ଥିବା ବ୍ୟକ୍ତି ଯେମିତି ମନ କଥା ବୁଝିପାରିବ ତାହା ଏକ ସାଧାରଣ ବ୍ୟକ୍ତି କେବେ ତାହାକୁ ବୁଝିପାରିବ ନାହିଁ । ତେଣୁ ଦିନକୁ ଆମକୁ କିଛି ସମୟ ବାହାର କରି କିଛି କଥା ନକହି ଧ୍ୟାନ ସହ ର ଚୁପ ରହି ନିଜ ମନ କଥା ବୁଝିବାକୁ ହେବ । ଏହାପରେ ଧୀରେ ଧୀରେ ଶାନ୍ତ ହୋଇ ଅନ୍ୟ ମାନଙ୍କ କଥା ବୁଝିବାରେ ସହଜ ହେବ ।